Skip to main content
Source
Khabar Odisha
https://khabarodisha.com/National/BJD-second-richest-regional-political-party-in-India-with-more-than-300-rise-in-income-102929
Date

Khabar Odisha:BJD-second-richest-regional-political-party-in-India-with-more-than-300-rise-in-income

ଓଡ଼ିଶାର ଶାସକ ଦଳ ବିଜେଡି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ । ୨୮ କୋଟି ଖର୍ଚ୍ଚ ପରେ ବି ବଳିଛି ୯୦ ପ୍ରତିଶତ । ଓଡ଼ିଶାରେ ଶାସକ ଦଳ ବିଜେଡି ଦେଶରେ ଦ୍ୱିତୀୟ ଧନୀ ଓ ଆୟରେ ସର୍ବାଧିକ ଅଭିବୃଦ୍ଧି ହୋଇଥିବା ଦଳ । ଏମିତିକି ବିଜେଡିର ଆୟ, ଅନ୍ୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ଆୟର ୨୫.୩୩ ପ୍ରତିଶତ ବୋଲି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ୍ସ (ଏଡିଆର୍) ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । 

ମୋଟ ୫୪ଟି ଆଞ୍ଚଳିକ ଦଳ ମଧ୍ୟରୁ ୩୬ ଟି ଦଳର ଆୟ ଏବଂ ବ୍ୟୟକୁ ନେଇ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ୍ସ (ଏଡିଆର) ଏହି ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ ତାମିଲନାଡୁର ଶାସକ ଦଳ ଡିଏମକେ ପ୍ରଥମ, ବିଜେଡି ଦ୍ୱିତୀୟ ଓ ତେଲେଙ୍ଗାନାର ଶାସକ ଦଳ ଟିଆରଏସ୍ ତୃତୀୟ ଓ ଆନ୍ଧ୍ରପ୍ରଦେଶର ଶାସକ ଦଳ ୱାଇଏସ୍ଆର କଂଗ୍ରେସ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଆମ୍ ଆଦମି ପାର୍ଟିର ସ୍ଥାନ ୭ ନମ୍ବରରେ ରହିଛି।


abc